Meena - Odia Series: Recent Episodes

ODICAST

In this Odia audio series, Meena takes you through her adventures with her brother Raju and per parrot Mithu discussing the lives of children in South Asia - in the setting of their village and beyond.

Meena: a spirited, nine-year old girl is an animated character from South Asia who tackles key issues affecting children, and promotes the protection and rights of girls.

In each episode, Meena addresses a specific set of issues in an entertaining, informative, and a positive way.

Thank you for listening to this podcast by SwasthyaPlus, the Odia digital health platform. The content in this podcast has been developed and produced by UNICEF. This podcast is an effort to digitally disseminate the Meena series for public awareness around public health, child rights, and various other social issues.

View Details

ସମସ୍ତ ପିଲା ମାନସିକ ଏବଂ ଶାରୀରିକ ଭାବେ ଚାଲାକ ହୋଇନଥାନ୍ତି। ସେମାନଙ୍କ ପାଇଁ ସୁଯୋଗର ଆବଶ୍ୟକତା ରହିଛି। ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ସୁଯୋଗ ଦେବା ଦରକାର। କୌଣସି ପିଲାକୁ ଆଡ଼ ଆଖିରେ ଦେଖିବା ଉଚିତ ନୁହେଁ। ସେମାନଙ୍କ ମନରେ ସାହସ ଆଣିବା ପାଇଁ ସେମାନଙ୍କୁ ବାରମ୍ବାର ଉତ୍ସାହିତ କରିବା ଉଚିତ। ମୀନା ଅଡିଓ ସିରିଜର 'ବୁଦ୍ଧିଆର ବୁଦ୍ଧି' ଅଧ୍ୟାୟରେ ପିଲାଙ୍କ ପ୍ରତିଭାକୁ ସୁଯୋଗ ଦେବା ବିଷୟରେ ଗୁରୁତ୍ୱ ଦିଆଯାଇଛି।

View Details

ବାହାରକୁ ଶୌଚ ଯିବା ଆଦୌ ଉଚିତ ନୁହେଁ। ବାହାରକୁ ଶୌଚ ଯିବା ଫଳରେ ବାହାରର ରୋଗ ଜୀବାଣୁ ଆମ ଦେହରେ ବିଭିନ୍ନ ଉପାୟରେ ପ୍ରବେଶ କରିଥାନ୍ତି। ଯାହା ଦ୍ୱାରା ଆମେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହା ସହ ବାହାରକୁ ଶୌଚ ଯିବା ଏକ ସମ୍ମାନଜନକ କଥା ନୁହେଁ। ମୀନା ଅଡିଓ ସିରିଜ 'ମୀନାର ବଡ଼ ଜେଜେମା' ଅଧ୍ୟାୟରେ ପାଇଖାନା ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ଖାଇବା ପୂର୍ବରୁ ହାତ ଧୋଇ ଖାଇବା ଉଚିତ। ଏପରି କଲେ ରୋଗ ଜୀବାଣୁ ଆମ ଶରୀର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ। ଫଳରେ ଆମେ ସୁସ୍ଥ ଏବଂ ନିରୋଗ ଜୀବନ ବିତାଇଥାଉ। ଆମ ହାତରେ ଥିବା ରୋଗ ଜୀବାଣୁ ଖାଲି ଆଖିକୁ ଦେଖା ଯାଆନ୍ତି ନାହିଁ। ହାତ ସଫା ଥିବା ପରି ଆମକୁ ମନେ ହୋଇଥାଏ। ହେଲେ ଏଡି ଅଦ୍ୟଶ୍ୟ ଜୀବାଣୁ ଆମ ଶରୀରକୁ ଯାଇ ରୋଗ ସୃଷ୍ଟି କରିଥା'ନ୍ତି। ମୀନା ଅଡିଓ ସିରିଜ "ଦିଦିଙ୍କ ଚିଠି" ଅଧ୍ୟାୟରେ ସାବୁନ ହାତ ଧୋଇ ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ବାହାର ଖାଦ୍ୟରେ ବିଭିନ୍ନ ରୋଗ ଜୀବାଣୁ ଥାଆନ୍ତି। ସେ ସବୁ ଖାଦ୍ୟ ଖାଇବା ଫଳରେ ଶରୀରକୁ ରୋଗ ଆକ୍ରାନ୍ତ କରିଥାଏ। ସ୍ୱାଦ କାରଣରୁ ବାହାର ଖାଦ୍ୟ ଖାଇବା ଅନୁଚିତ। ବାହାରର ରୋଗ ଜୀବାଣୁ ଖାଦ୍ୟରେ ବସିଥାଆନ୍ତି। ଯାହା ଆମକୁ ଖାଲି ଆଖିକୁ ଦେଖାଯାଇନଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ବାହାର ଖାଦ୍ୟ ନଖାଇବାକୁ ପରାମର୍ଶ କରାଯାଇଛି।

View Details

ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ ଦେଖାଦିଏ। ପେଟ ରୋଗଠାରୁ ଆରମ୍ଭ କରି ଚର୍ମରୋଗ ପର୍ଯ୍ୟନ୍ତ ଅନେକ ରୋଗର ଏକ ମୁଖ୍ୟ କାରଣ ଦୂଷିତ ଜଳ। ଦୂଷିତ ଜଳକୁ ସେବନ କରିବା ଫଳରେ ସେଥିରେ ଥିବା ଜୀବାଣୁ ଶରୀର ଭିତରକୁ ପ୍ରବେଶ କରି ରୋଗ ସୃଷ୍ଟି କରାନ୍ତି। ଅପରିଷ୍କାର ପାଣିରେ ଗାଧୋଇବା ଫଳରେ ଦେହ ହାତରେ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ମୀନା ଅଡିଓ ସିରିଜ 'ହାତ ବଢ଼ାଅ' ଅଧ୍ୟାୟରେ ଦୂଷିତ ଜଳର କୁପ୍ରଭାବ ଉପରେ ଆଲୋଚନା କରାଯାଇଛି।

View Details

ପ୍ରତ୍ୟେକ ବିଦ୍ୟାଳୟରେ ପାଣିର ସୁବ୍ୟବସ୍ଥା ରହିବା ଆବଶ୍ୟକ। ବିଶେଷ କରି ପିଲାମାନଙ୍କ ପିଇବା ପାଇଁ ଏବଂ ସଫାସୁତୁରା ରହିବା ପାଇଁ ପାଣିର ଦରକାର ରହିଛି। ପାଣିର ସୁବ୍ୟବସ୍ଥା ନଥିଲେ ଅନେକ ସମସ୍ୟା ଦେଖାଦେଇଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସ୍କୁଲରେ ପାଣି ନଥିବାରୁ ଶୋଷରେ ମୀନାର ସାଙ୍ଗ ମିଲି ଦୌଡ଼ ପ୍ରତିଯୋଗିତାରେ ହାରି ଯାଇଛି।

View Details

ପାଠ ପଢ଼ିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସମୟ ସୀମା ରହିଛି। ଉପଯୁକ୍ତ ବୟସରେ ପାଠ ପଢ଼ିବା ଫଳରେ ପିଲାମାନଙ୍କର ପାଠରେ ମନ ଲାଗିଥାଏ। ସଠିକ ସମୟରୁ ବିଦ୍ୟା ଗ୍ରହଣ କରୁଥିବା ପିଲାମାନେ ଦୃଢ଼ମନା ଏବଂ ଆତ୍ମବିଶ୍ୱାସୀ ହୋଇଥା'ନ୍ତି। କେଉଁ ସମୟରେ କେଉଁ ନିର୍ଣ୍ଣୟ ନିଆଯିବ ସେ ବାବଦରେ ସେମାନେ ଅବଗତ ଥା'ନ୍ତି। ତେଣୁ ବିଦ୍ୟାଳୟରେ ୬ ବର୍ଷ ବୟସରୁ ପିଲାମାନଙ୍କର ନାମ ଲେଖାଯାଏ। ମୀନା ଅଡିଓ ସିରିଜ "ଆଜିର ତାଜା ଖବର" ଅଧ୍ୟାୟରେ ଠିକ ବୟସରେ ପାଠ ପଢ଼ା ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ଆତ୍ମବିଶ୍ଵାସ ମଣିଷକୁ ଉଚ୍ଚ ଶୀର୍ଷରେ ପହଞ୍ଚାଇ ଥାଏ। ନିଜ ମନରେ କିଛି କରି ପାରିବାର ସାହସ ହିଁ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଏ। ଅନ୍ୟମାନଙ୍କ ବିଶ୍ଵାସ ଅପେକ୍ଷା ନିଜ ମନୋବଳ ଦୃଢ଼ ରହିଲେ ସବୁ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ମୀନ ଅଡିଓ ସିରିଜର ଏହି ଅଧ୍ୟାୟରେ ଆତ୍ମବିଶ୍ଵାସୀ ହେବାକୁ ବାର୍ତ୍ତା ଦିଆଯାଇଛି।

View Details

ଜ୍ୱର, ସର୍ଦ୍ଦି ହେଉ ଅବା ଯେକୌଣସି ବେମାରୀ ହେଉ ସବୁବେଳେ କେବଳ ଡାକ୍ତର ଓ ନର୍ସ ଦିଦିଙ୍କୁ ଦେଖାଇବା ଦରକାର। ଡାକ୍ତରଙ୍କ ପରାମର୍ଶ ଯେତେ ଜଲଦି କଲେ ରୋଗ ମଧ୍ୟ ସେତେ ଶୀଘ୍ର ଭଲ ହେବାର ସମ୍ଭାବନା ଥାଏ। ଗାଁ ବଇଦ କିମ୍ବା ଝଡ଼ା ଫୁଙ୍କାରୁ ଦୂରେଇ ରହନ୍ତୁ। ମାନା ଅଡିଓ ସିରିଜର ଏହି ଅଧ୍ୟାୟରେ ରୋଗ ହେଲେ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ କୁହାଯାଇଛି।

View Details

ପୁଅ ହେଉ କି ଝିଅ, ବିଦ୍ୟାଳୟକୁ ସମସ୍ତେ ପାଠ ପଢ଼ିବାକୁ ଆସନ୍ତି। ତେଣୁ ପୁଅ ଝିଅ ଭିତରେ ଫରକ କ'ଣ? ବିଦ୍ୟାଳୟରେ ସମସ୍ତଙ୍କୁ ନିଜ କହିବାର ଅଧିକାର ରହିଛି। ଉପହାସକୁ ଡରି ନିଜର ବିଚାର ପ୍ରକାଶ ନକରିବା ଭଲ କଥା ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ନଡରି ନିଜ ବିଚାରକୁ ଅନ୍ୟ ଆଗରେ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି।

View Details

କଥା ଶୁଣିବା ବେଳେ ଧ୍ୟାନ ଦେବା ଦରକାର। ଅନ୍ୟମନସ୍କ ହେବା ବିଲକୁଲ ଠିକ ନୁହେଁ। ଏହାସହ ଯାହା ବି ଶୁଣିବ ମନେ ମନେ କିମ୍ବା ଜୋରରେ ଦୋହରାଇବା ଉଚିତ। ଏହା ଦ୍ୱାରା ଶୁଣିବା କଥାକୁ ଆମେମାନେ କେବେବି ଭୁଲିବା ନାହିଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ କଥା ଶୁଣିବା ବେଳେ ଅନ୍ୟମନସ୍କ ନହେବାକୁ ବାର୍ତ୍ତା ଦିଆଯାଇଛି।

View Details

ପ୍ରତିଦିନ ସ୍କୁଲ ଗଲେ ଏବଂ ନିଜ ସ୍କୁଲକୁ ଭଲ ପାଇଲେ ବହୁତ କିଛି ଶିଖି ପାରିବା। ଭଲ ପାଠ ପଢ଼ିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସଫତା ହାସଲ କରିପାରିବ। ସବୁଦିନ ସ୍କୁଲକୁ ଆସିବାର ଅର୍ଥ ସଫଳତାର ପାହାଚ ଚଢ଼ିବା। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ପ୍ରତିଦିନ ସ୍କୁଲ ଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ଶୌଚାଳୟ ସଫା ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଶୌଚାଳୟ ବ୍ୟବହାର କରିସାରିବା ପରେ ପୂରା ଡବା ପାଣି ନଢାଳିଲେ, ରୋଗ ଜୀବାଣୁ ବ୍ୟପିବା ସହିତ ଶୌଚାଳୟ ଦୁର୍ଗନ୍ଧ ହୋଇଥାଏ। ସେହିପରି ପାଣି ଢାଳିବା ଦ୍ୱାରା ମଶାମାନଙ୍କ ବଂଶ ବୃଦ୍ଧି ହୋଇଥାଏ। ଫଳରେ ମ୍ୟାଲେରିଆ ହେବାର ମଧ୍ୟ ଆଶଙ୍କା ଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଶୌଚାଳୟ ସଫା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ଶୌଚଳୟ ଯିବା ସମୟରେ ଚପଲ ପିନ୍ଧିବା ବହୁତ ଜରୁରୀ। କାରଣ ଶୌଚାଳୟରେ ଣେଶଗ ଜୀବାଣୁ ଥା'ନ୍ତି। ଆମେ ଖାଲି ପାଦରେ ଶୌଚାଳୟ ଗଲେ ଏହି ଜୀବାଣୁ ଆମ ଶରୀର ଭିତରକୁ ଆସି ରୋଗ ସୃଷ୍ଟି କରିଥାନ୍ତି। ତେଣୁ ଶୌଚଳୟକୁ ଚପଲ ପିନ୍ଧି ଯିବା ଉଚିତ୍। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଶୌଚଳୟକୁ ଚପଲ ପିନ୍ଧି ଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ଆମେ ସମସ୍ତେ ସମାନ। ଜାତି, ଧର୍ମ ଭଳି ବିଷୟରୁ ଆମକୁ ଦୂରେଇ ରହିବା ଦରକାର। ମଣିଷର ପରିଚୟ ତାହା କାମକୁ ନେଇ ହୋଇଥାଏ, ଜାତିକୁ ନେଇ ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଜାତିଭେଦ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ସମାଜକୁ ବାର୍ତ୍ତା ଦିଆଯାଇଛି।

View Details

ବିଡ଼ି, ତମାଖୁ ଆଦି ଦ୍ରବ୍ୟ ଆମ ଶରୀର ପାଇଁ କ୍ଷତିକାରକ। ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ବଡ଼ ବଡ଼ ରୋଗ ହୋଇଥାଏ। ତମାଖୁ ସେବନ ପାଇଁ କେହି ବାଧ୍ୟ କରୁଛନ୍ତି, ତେବେ ଜାଣି ଶୁଣି କିଭଳି ଆମେ ଆମ ଶରୀରକୁ କ୍ଷତି ପହଞ୍ଚାଇବା? ମାନା ଅଡିଓ ସିରିଜରେ ତମାଖୁ ସେବନ ନକରିବା ପାଇଁ ବାର୍ତ୍ତା ଦିଆଯାଇଛି। ଯଦି କେହି ବାଧ୍ୟ କରୁଛନ୍ତି, ତେବେ ମନା କରିବା ସହିତ ତାକୁ ମଧ୍ୟ ତମାଖୁ ଛାଡ଼ିବା ପାଇଁ ଉପଦେଶ ଦେବା ଦରକାର।

View Details

ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ଖାଇବା ଉଚିତ। ଆମ ଖାଦ୍ୟରେ ସବୁଜ ପନିପରିବା, ଡାଲି, ମାଛ, ମାଂସ, ଅଣ୍ଡା, ଗୁଡ଼ ଆଦି ରହିବା ଦରକାର। ଏହି ଖାଦ୍ୟରେ ଆଇରନର ମାତ୍ରା ଅଧିକ ଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହିତ କେଶ ଲମ୍ବା ହୋଇଥାଏ ଓ ଚେହେରାରେ ମଧ୍ୟ ଚମକ ଆସିଥାଏ। ମୀନା ଅଡ଼ିଓ ସିରିଜର ଏହି ଅଧ୍ୟାୟରେ ସୁଷମ ଖାଦ୍ୟ ଖାଇବା ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ଶରୀରରେ ରୋଗ ସୃଷ୍ଟି ହେବାର ଏକ ମାଧ୍ୟମ ହେଉଛି ଆମ ହାତ। ତେଣୁ ଖାଇବା ପୂର୍ବରୁ ହାତ ଧୋଇବା ନିତ୍ୟାନ୍ତ ଆବଶ୍ୟକ। ନଚେତ ମଇଳା ହାତ ଦେଇ ରୋଗ ଜୀବାଣୁ ଆମ ପେଟକୁ ଯାଇଥାଏ ଏବଂ ସୃଷ୍ଟି କରିଥାଏ। ହାତ ଧୋଇବା କାହିଁକି ଆବଶ୍ୟକ ଏବଂ ହାତ ଧୋଇବାର ପ୍ରଣାଳୀ ବିଷୟରେ ୟୁନିସେଫ୍ ମୀନା ଅଡିଓ ସିରିଜରେ କୁହାଯାଇଛି।

View Details

ବାହାରେ ଶୌଚ କରିବା ଏକ ଖରାପ ଅଭ୍ୟାସ। ଏହା ଫଳରେ ଅନେକ ରୋଗ ଜୀବାଣୁ ଶରୀର ଭିତରକୁ ଯାଇ ରୋଗ କରାନ୍ତି। ସେହିପରି ପରିବେଶ ପ୍ରଦୂଷିତ ହେବା ଫଳରେ ଅନ୍ୟମାନେ ମଧ୍ୟ ରୋଗର ଶିକାର ହୁଅନ୍ତି। ତେଣୁ ପାଇଖାନା ବ୍ୟବହାର କରିବା ଉଚିତ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ମଧ୍ୟ ଶୌଚାଳୟ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ମୀନା ଅଡିଓ ସିରିଜ ଅଧ୍ୟାୟରେ ଶୌଚାଳୟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ଜାତିଭେଦ ଏକ କୁତ୍ସିତ ସାମାଜିକ ପ୍ରଥା। ଅନ୍ୟକୁ ଛୋଟ ଜାତି ଭାବେ ପରିହାସ କରିବା ଅନୁଚିତ। ମଣିଷପଣିଆକୁ ଚିହ୍ନିବାକୁ ହେବ, ଜାତିକୁ ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏବଂ ସମାନ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ଶାରୀରିକ ଅକ୍ଷମତା ବ୍ୟକ୍ତି କୌଣସି କାମ କରିପାରିବନି ଭାବିବା ଆଦୌ ଉଚିତ ନୁହେଁ। ସେମାନଙ୍କୁ ସହଯୋଗ କଲେ ସେମାନେ ମଧ୍ୟ ସବୁ କାମ ସମ୍ଭବ କରିପାରିବେ। ସେମାନଙ୍କୁ ହେୟଜ୍ଞାନ ନକରି ଧୈର୍ଯ୍ୟର ସହ ସାହାଯ୍ୟ କରିବା ଫଳରେ ସେମାନେ ସବୁକିଛି କରିବାକୁ ସକ୍ଷମ ହୋଇପାରିବେ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ବନ୍ଧୁତାର ରହସ୍ୟ’ ଅଧ୍ୟାୟରେ ଶାରୀରିକ ଅକ୍ଷମତା ବ୍ୟକ୍ତିଙ୍କୁ ସବୁ ସମୟରେ ବନ୍ଧୁ ଭଳି ସାହାଯ୍ୟ କରିବା ଉଚିତ ବୋଲି ବାର୍ତ୍ତା ଦିଆଯାଇଛି।

View Details

ଝିଅମାନେ ପାଠପଢି କ’ଣ କରିବେ? ଝିଅମାନେ ବାହରେ ନ ବୁଲି ଘରକାମ କରିବା ଉଚିତ। ଅଧିକାଂଶ ଲୋକ ଝିଅମାନଙ୍କୁ ନେଇ ଏମିତି କେତେ କଥା ଚିନ୍ତା କରିଥାଆନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ବର୍ଫି ତିଆରି ପ୍ରତିଯାଗିତା’ ଅଧ୍ୟାୟରେ ବାଳିକାମାନଙ୍କ ପାଠପଢା ଉପରେ ଗୁରୁତ୍ଵ ଦିଆଯାଇଛି।

View Details

ସବୁ ଦୁଃଖର କିଛି ନା କିଛି କାରଣ ଥାଏ। ଏହି ଦୁଃଖକୁ ଅଧିକ ଦିନ ମନ ଭିତରେ ରଖିଲେ ରାଗ ଆସିଥାଏ। ତେଣୁ ନିଜ ମନର ସବୁ ସୁଖଦୁଃଖ ଅନ୍ୟ ସହ ବାଣ୍ଟି ଦେଲେ ଖୁସି ଲାଗେ। ନିଜ ସମସ୍ୟା ଆଉ କାହାକୁ ଜଣେଇଲେ ସମାଧାନର ବାଟ ବାହାରି ଆସେ। ମୀନାର ସାଙ୍ଗ ମୁରଲୀ ସହ ସେମିତି ଘଟଣା ଘଟିଛି। ମୁରଲୀର ବାପା ଅସୁସ୍ଥ ଥିବା ଯୋଗୁଁ ମୁରଲୀକୁ ସବୁ କାମ କରିବା ପାଇଁ ପଡୁଛି। ପରେ ମୀନା ମୁରଲୀ ଚିନ୍ତାର କାରଣ ଜାଣି ତାକୁ ଖୁସି କରାଉଛି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଭାରି ଖୁସି ଲାଗୁଛ ତ!’ ଅଧ୍ୟାୟରେ ବାର୍ତ୍ତା ଦିଆଯାଇଛି ଯେ, ସୁଖ କିମ୍ବା ଦୁଃଖ ଅନ୍ୟ ସହ ବାଣ୍ଟିଲେ ଖୁସି ମିଳିଥାଏ।

View Details

ଯଦି ଆମେ ଆମ କାର୍ଯ୍ୟ ଏକ ତାଲିକା ପ୍ରସ୍ତୁତ କରିବା, ତେବେ ସେହି କାର୍ଯ୍ୟକୁ ଠିକ୍ ସମୟରେ ପୁରଣ କରିପାରିବା। କେଉଁ କାମ ପ୍ରଥମେ କରିବ ଏବଂ କେଉଁ କାମ କିଛି ସମୟ ପରେ କରିବ, ସବୁ କାମର ଏକ ସମୟ ନିର୍ଦ୍ଧାରଣ କରିବା ଉଚିତ। ସମୟର ହିସାବ ରଖି ଯୋଜନା ପ୍ରସ୍ତୁତ କଲେ କାମ ଠିକ୍ ସମୟରେ ସରିଯିବ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସବୁ କାମ ପାଇଁ ସମୟ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦିଆଯାଇଛି।

View Details

ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଯେପରିକି ସବୁଜ ପନିପରିବା, ଫଳମୂଳ, ପାଳଙ୍ଗ, ଅଣ୍ଡା, ଗାଜର, କ୍ଷୀର ଓ ଅମୃତଭଣ୍ଡା ଭଳି ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ। ଏହା ଆମ ଦୃଷ୍ଟି ଶକ୍ତିକୁ ପ୍ରଖର ମଧ୍ୟ କରିଥାଏ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ମାଆଙ୍କ ଚୁଡ଼ି’ ଅଧ୍ୟାୟରେ ସୁସ୍ଥ ଆଖି ଓ ଶରୀର ପାଇଁ ସବୁଜ ପନିପରିବାର ଗୁରୁତ୍ଵ ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି।

View Details

ଆମ ଶରୀରରେ ଥାଇରଏଡ୍ ହରମୋନ୍ର ପ୍ରସ୍ତୁତି ପାଇଁ ଆୟୋଡିନ୍ର ଭୂମିକା ଖୁବ୍ ବେଶୀ। ଆୟୋଡିନ୍ ଅଭାବରୁ ଶାରୀରିକ ଓ ମାନସିକ ବିକାଶରେ ବାଧାପ୍ରାପ୍ତ ହୋଇଥାଏ। ଏହାଛଡ଼ା ଗଳଗଣ୍ଡ ଭଳି ସମସ୍ୟା ହୋଇଥାଏ। ଆୟୋଡିନ୍ ଗ୍ରହଣ କରିବାର ସବୁଠୁ ସହଜ ଉପାୟ ହେଲା ଲୁଣ। ସେଥିପାଇଁ ଦୈନନ୍ଦିନ ଖାଦ୍ୟାଭ୍ୟାସରେ ଆୟୋଡିନ୍ ଯୁକ୍ତ ଲୁଣର ବ୍ୟବହାର କରିବା ଜରୁରୀ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ମୁଁ ଭୁଲି ଗଲି’ ଅଧ୍ୟାୟରେ ଆୟୋଡିନ୍ ଲୁଣ ଶରୀର ପାଇଁ କେତେ ଜରୁରୀ, ଏହା ଉପରେ ଗୁରୁତ୍ୱ ଦିଆଯାଇଛି।

View Details

ସୁସ୍ଥ ଓ ମଜବୁତ ହାଡ଼ ସବୁବେଳେ ପୁଷ୍ଟିକର ଖାଦ୍ୟରୁ ମିଳିଥାଏ। ହାଡ଼କୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ, ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ୍, ଭିଟାମିନ୍ ଡି ଓ ଅନ୍ୟାନ୍ୟ ପୋଷକ ତତ୍ୱ ଅନ୍ତର୍ଭୁକ୍ତ। ଏହା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଆମ ହାଡ଼କୁ ମଜଭୁତ କରିଥାଏ। ଫଳରେ ଶାରୀରିକ ଓ ମାନସିକ ବିକାଶ ହୋଇପାରିବ। ତେଣୁ ସୁସ୍ଥ ଶରୀର, ଶକ୍ତ ହାଡ଼ ଲାଗି କ୍ଷୀର ଓ କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ଜରୁରୀ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ଘରର ଭୂତ’ ଅଧ୍ୟାୟରେ ସୁସ୍ଥ ଶରୀର ପାଇଁ ପୋଷଣର ଆବଶ୍ୟକତା ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି।

View Details

ଦାନ୍ତର ସଠିକ୍ ଭାବେ ଯତ୍ନ ନ ନେଲେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ଦାନ୍ତରୁ ରକ୍ତ ବାହାରିବା ଓ ଦୁର୍ଗନ୍ଧ ହେବା ଭଳି ସମସ୍ୟା ଉପୁଜିଥାଏ। ତେଣୁ, ଖାଇ ସାରିବା ପରେ ଦାନ୍ତ ଘଷିବା ନିହାତି ଜରୁରୀ। ଦିନକୁ ଅତି କମରେ ଦୁଇଥର ଦାନ୍ତ ସଫା କରିବା ଆବଶ୍ୟକ। ଉତ୍ତମ ସ୍ୱାସ୍ଥ୍ୟ ହିଁ ଆମ ସମ୍ପତ୍ତି। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ଏହି ଅଧ୍ୟାୟରେ ଦାନ୍ତର ଯତ୍ନ ଉପରେ ଗୁରୁତ୍ଵ ଦିଆଯାଇଛି।

View Details

ସଠିକ ପୋଷଣ ଶରୀରକୁ ସନ୍ତୁଳିତ ରଖେ ଏବଂ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ। ସବୁପ୍ରକାର ଖାଦ୍ୟରୁ ବିଭିନ୍ନ ପୋଷଣ ମିଳିଥାଏ ଯାହା ଶରୀରକୁ ସୁସ୍ଥ ଓ ନିରୋଗ ରଖେ। ଉପଯୁକ୍ତ ପୋଷଣ ନ ପାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଯାଏ। ଫଳରେ ଆମେ ଅନେକ ରୋଗରେ ପଡ଼ିଥାଉ। ତେଣୁ ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉଚିତ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଚାଲ ଏମିତି କରିବା’ ଅଧ୍ୟାୟରେ ସଠିକ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉପରେ ଗୁରୁତ୍ଵ ଦିଆଯାଇଛି।

View Details

ହାତ ପରିଷ୍କାର ରହିଲେ ରୋଗ ଜୀବାଣୁ ଶରୀରକୁ ଯାଇପାରେ ନାହିଁ। ଖାଇବା ପୂର୍ବରୁ ଏବଂ ପରେ, ଶୌଚ ହେବା ପରେ ହାତକୁ ସାବୁନରେ ଭଲ କରି ଖୋଇବା ଦରକାର। ଏହା ଆମ ଶରୀରକୁ ଅନେକ ରୋଗ ଜୀବାଣୁଠାରୁ ରକ୍ଷା ଦେଇଥାଏ। ହେଲେ ଆଜି ବି ଗାଁ ଗହଳୀରେ ପାଉଁଶ, ମାଟି ଏବଂ ଅନ୍ୟାନ୍ୟ ଜିନିଷର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହା ଦ୍ୱାରା ହାତ ସଫା ହୁଏନାହିଁ। ଫଳରେ ରୋଗ ଜୀବାଣୁ ପେଟ ଭିତରକୁ ଯାଇ ବିଭିନ୍ନ ସଂକ୍ରମଣ ସହ ରୋଗ ସୃଷ୍ଟି କରିଥାଆନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଲାଲାଜୀଙ୍କ ଭୋଜି’ ଅଧ୍ୟାୟରେ ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ଵ ଦିଆଯାଇଛି।

View Details

କମ ବୟସରୁ ଉଭୟ ଝିଅ ଏବଂ ପୁଅକୁ ବାହାଘର କରାଇବା ଅନୁଚିତ। ଝିଅମାନଙ୍କର ୧୮ ବର୍ଷ ଏବଂ ପୁଅମାନଙ୍କର ୨୧ବର୍ଷ ପୂର୍ବରୁ ଶାରୀରିକ ଏବଂ ମାନସିକ ଅଭିବୃଦ୍ଧି ହୋଇନଥାଏ। ସେମାନେ ଘରସଂସାର ଚଳାଇବା ପାଇଁ ଉପଯୁକ୍ତ ହୋଇନଥାନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ତାରାର ପୁଅଦେଖା’ ଅଧ୍ୟାୟରେ ବାଲ୍ୟ ବିବାହ ଠିକ ନୁହେଁ ବୋଲି ସମାଜକୁ ବାର୍ତ୍ତା ଦିଆଯାଇଛି।

View Details

ଛୋଟ ପିଲାଙ୍କୁ ପାଠ ପଢ଼ାଇବା ତଥା ସେମାନଙ୍କ ଯତ୍ନ ନେବା ପାଇଁ ପ୍ରତ୍ୟେକ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି। ଏଠି ପିଲାମାନେ ଖେଳକୂଦରେ ଭାଗ ନିଅନ୍ତି। ଫଳରେ ସେମାନଙ୍କ ଶାରୀରିକ ତଥା ମାନସିକ ବିକାଶ ହୋଇଥାଏ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ସ୍ଵତନ୍ତ୍ରତା ଦିବସ’ ଅଧ୍ୟାୟରେ ଛୋଟ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ପଠାଇବା ଉପରେ ଗୁରୁତ୍ଵ ଦିଆଯାଇଛି।

View Details

ଗାଁ ଗହଳିରେ କୌଣସି ବ୍ୟକ୍ତିଙ୍କ ଦେହ ଖରାପ ହେଲେ ଏବେବି ଗୁଣି ଗାରେଡ଼ି କବଳରେ ପଡୁଛନ୍ତି। ଏହା ଏକ ଅନ୍ଧବିଶ୍ୱାସ। ଏଥିରୁ ଦୂରେଇ ରହିବା ଦରକାର। ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଓସ୍ତ ଗଛ ଛାଇ’ ଅଧ୍ୟାୟରେ ଅନ୍ଧବିଶ୍ଵାସରୁ ଦୂରେଇ ରହିବା ପାଇଁ ସମାଜକୁ ବାର୍ତ୍ତା ଦିଆଯାଇଛି।

View Details

This episode of the Meena Odia audio series focuses on the importance of the involvement of parents in the school management and student learning process to improve learning outcomes. Parents should take part in parent-teacher meets and school management committees for making a better school.

View Details

This episode of the Meena Odia audio series focuses on the importance of maintaining good hygiene at home, in our schools, and our communities. Clean surroundings keep us away from germs and diseases.

View Details

This episode of the Meena Odia audio series focuses on the importance of regular availability of teachers in schools in order to ensure learning for students.

View Details

This episode of the Meena Odia audio series focuses on how children with special needs are just like the all of us - with talents, skills, and aspirations. The episode aims at fostering empathy and encourage children to be respectful to children with special needs.

View Details

This episode of the Meena Odia audio series focuses on how trees provide us immense value in terms of ensuring rainfall, fresh air, and fruits and more. Planting trees is a vital action that will protect our environment and provide us a host of benefits!

View Details

This episode of the Meena Odia audio series focuses on the need for children to be in school. Children below the age of 18 should not be engaged in child labour and should be provided with education opportunities to grow.

View Details

This episode of the Meena Odia audio series focuses on how learning can happen in multiple ways that are engaging and fun. Newspapers are one way children can read and learn, apart from just textbooks.

View Details

This episode of the Meena Odia audio series focuses on the changes that take place in the bodies of adolescents boys. These physical changes in mind and body should not be worrying, and children should discuss it with their parents or elders.

View Details

This episode of the Meena Odia audio series focuses on various hygiene and sanitation practices to prevent diarrhea and dehydration. The episode discuss the need for handwashing, drinking safe water, and consuming food that is clean, fresh, and well-cooked.

View Details

This episode of the Meena Odia audio series focuses on the fact that girls grow just like boys do and are equally capable. Therefore, girls also should be given similar amount of food, love, and time to play.

View Details

This episode of the Meena Odia audio series focuses on the need for toilets for all, and separate toilets for girls in schools and other places to ensure that they feel safe, and live healthy lives. The availability of separate toilets also makes more girls come to school.

View Details

This episode of the Meena Odia audio series focuses on the importance of marrying girls and boys only after they attain a certain age - 21 for boys, and 18 for girls. This ensures that they are both physically and mentally ready for carrying the responsibilities of marriage.

View Details

This episode of the Meena Odia audio series focuses on the importance of girls to complete school, and the capability of girl children to support their families with their acquired knowledge and skills.

View Details

This episode of the Meena Odia audio series focuses on how children can deal with situations and take the right decisions by exercising creative and critical thinking.

View Details

This episode of the Meena Odia audio series focuses on the benefits of using toilets and following safe sanitation practices.

View Details

This episode of the Meena Odia audio series focuses on the importance of sending young children to attend a Balwadi/ Anganwadi/ Pre-school.

View Details

This episode of the Meena Odia audio series focuses on the importance of completing elementary education as learning at school provides valuable life skills which helps children and their families lead better lives.

View Details

This episode of the Meena Odia audio series focuses on the importance of maintaining proper hygiene, especially taking care of safely disposing the excreta of young children away from food, water, and living spaces.

View Details

This episode of the Meena Odia audio series focuses on the importance for all children to enroll in primary school.

View Details

This episode of the Meena Odia audio series focuses on the importance of iron supplementation and consuming diet rich in iron for anaemia prevention in adolescent girls.

View Details

This episode of the Meena Odia audio series focuses on the great potential that girls have, just like boys do - to study and succeed in life. Girls and boys have an equal right to go to school.

View Details

This episode of the Meena Odia audio series focuses on the need for understanding the importance of physical activities for the health and development of girls and boys. Girls are not inferior or less capable than boys, and have an equal need to play sports.

View Details

This episode of the Meena Odia audio series focuses on being aware about diarrhea which affects a large number of children every year. In this episode, the importance of the ORS (Oral Rehydration Salts) solution is explained to combat the deadly disease.

View Details

This episode of the Meena Odia audio series focuses on the importance of washing our hands properly with soap before we have food, and after we use the toilet. Hand hygiene plays a significant in ensuring our well being.

View Details

This episode of the Meena Odia audio series focuses on the importance of using toilets in schools and communities in order to maintain good hygiene practices and stop the spread the diseases.

View Details

This episode of the Meena Odia animation series focuses on the importance of the girl child, and explores the abilities and potential of neglected girl children.

View Details

This episode of the Meena Odia animation series focuses on preventing diarrheal diseases, particularly in children.

View Details

This episode of the Meena Odia animation series focuses on addressing the stigma around HIV/ AIDS.

View Details

This episode of the Meena Odia animation series focuses on the inferior status of girl children in our communities.

View Details

This episode of the Meena Odia animation series focuses on the issue of dowry. The video highlights the destructive social consequences associated with the practice of dowry and teaches that dowry is illegal.

View Details

This episode of the Meena Odia animation series focuses on the issue of early marriage.

View Details

In this episode, Meena helps her teacher create a fun classroom through knowledge she had gathered from her many experiences!

View Details

In this episode, Meena explores the issue of the importance of education for both girls as well as boys.

View Details

In this episode, Meena explores the grim possibility of dropping out of school. However, with her learnings from school - she is able to help her family emerge out of financial difficulties!

View Details

In this episode, Meena encounters a group of bullies and explores how children can deal with the issue of bullying.

View Details

In this episode, Raju steps into her sister Meena's shoes for a day to understand how her work is as difficult as his!

View Details

In this episode, Meena conjures a genie and requests three wishes to help the families in her village live healthy lives!